ହାଇଆଲର୍ଟ ପରେ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ଭୋରରୁ ହୋଇଥିବା ଆକ୍ରମଣ ପରେ ଭାରତ-ପାକ୍ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ହାଇ ଅଲର୍ଟ ଜାରି ପରେ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖାଯାଇଛି। ଏତଦ୍‌ବ୍ୟତୀତ ଦେଶର ସମସ୍ତ ଅନ୍ତର୍ଜାତିକ ସୀମାକୁ ମଧ୍ୟ ହାଇ ଆଲର୍ଟ ମଧ୍ୟରେ ରଖାଯାଇଛି। ଯଦି ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ସାମରିକ କାର‌୍ୟ୍ୟାନୁଷ୍ଠାନ ହୁଏ ତେବେ ତୁରନ୍ତ ତା’ର ଜବାବ୍‌ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଛି। ଏଥିସହ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍‌ ବାହିନୀକୁ ମଧ୍ୟ ହାଇଆଲର୍ଟ ମଧ୍ୟରେ ରଖାଯିବା ସହ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ସନ୍ଧ୍ୟା ପରେ କୌଣସି ପ୍ରକାରର ଆଲୋକ ନ ଜଳାଇବାକୁ ପରାମର୍ଶ ଦିଆଯାଇଛି।