ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ୍‌ ଦେଶରେ ଦ୍ୱିତୀୟ: ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍‌ସ) ସ୍ୱଚ୍ଛତା କ୍ଷେତ୍ରରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲ୍‌ ଖାତାରେ ନାମ ଲେଖାଇ ପାରିଛି। ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ ଏକ ଟ୍ଵିଟ୍‌ କରି ଲେଖିଛନ୍ତି, ‘ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରର ଏମ୍‌ସ ମେଡିକାଲ୍‌ ଦେଶରେ ଦ୍ୱିତୀୟ ହୋଇପାରିଛି ଜାଣି ଖୁସି ଲାଗୁଛି। ସମଗ୍ର ଦେଶରେ ଥିବା ସମୁଦାୟ ୬ଟି ଏମ୍‌ସ ମଧ୍ୟରୁ ଭୁବନେଶ୍ୱରରେ ଥିବା ଏମ୍ସର ଓପିଡିରେ ସବୁଠାରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ମୁଁ ଖୁସି ଯେ ମୁଁ ଏହାର ଗଭର୍ଣ୍ଣିଂ ବୋର୍ଡ ସଦସ୍ୟ ଅଛି। ଭଲଟା ଅହୁରି ଭଲ ହେବାକୁ ଯାଉଛି। ମୁଁ ଏଥିରେ ଅଂଶୀଦାରିତା ଗ୍ରହର କରିବାକୁ ପସନ୍ଦ କରିବି।’