ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ଅଳ୍ପ ଦିନ ବାକି। ତୃତୀୟ ଥର ପାଇଁ ରାଜଧାନୀର ଶାସନ ଗାଦି ଦଖଲ କରିବାକୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିର୍ବାଚନ ଘୋଷଣା ପତ୍ର ପୂର୍ବରୁ ନିଜର ୧୦ଟି କାମ ଉପରେ ଗ୍ୟାରେଂଟି କାର୍ଡ ଜାରି କରିଛନ୍ତି କେଜ୍ରିୱାଲ ସରକାର। ଆଗାମୀ ୧୦ ଦିନ ମଧ୍ୟରେ ଘୋଷଣା ପତ୍ର ଜାରି ହେବ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖିଆ। ନିର୍ବାଚନ ପୂର୍ବରୁ ସେ ୧୦ଟି ଯୋଜନା ତଥା ପ୍ରତିଶୃତିର ଗ୍ୟାରେଂଟି ଦେଇଛନ୍ତି। ଏହା ସହ ତାଙ୍କ ସରକାରରେ କାର୍ଯ୍ୟକାରୀ ହେଉଥିବା କୌଣସି ସରକାରୀ ଯୋଜନାକୁ ବନ୍ଦ କରାଯିବ ନାହିଁ ବୋଲି ସେ କହିଛନ୍ତି।
ଜାଣନ୍ତୁ କ’ଣ ରହିଛି କେଜ୍ରିୱାଲଙ୍କ ଗ୍ୟାରେଂଟି କାର୍ଡ…
-ଝଲସିବ ଦିଲ୍ଲୀସମସ୍ତଙ୍କୁ ୨୪ ଘଂଟା ବିଜୁଳି ପ୍ରଦାନ, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ଯୋଜନା ଆଗକୁ ଜାରି ରହିବ । ସମାପ୍ତ ହେବ ଇଲେକ୍ଟ୍ରିକ ତାରର ଯୁଗ। ପ୍ରତିଟି ଘରକୁ ଅଣ୍ଡର ଗ୍ରାଉଣ୍ଡ କେବୁଲ ଯୋଗେ ପହଂଚିବ ବିଜୁଳି।
-ପ୍ରତି ଘର ନଳକୁ ଜଳଦିଲ୍ଲୀର ପ୍ରତ୍ୟେକ ଘରକୁ ୨୪ ଘଂଟା ଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବିଧା ପ୍ରଦାନ କରିବ ଆପ ସରକାର । ପ୍ରତି ପରିବାରକୁ ୨୦ ହଜାର ଲିଟର ମାଗଣା ପାଣି ଯୋଜନା ଜାରି ରହିବ। ଗ୍ୟାରେଂଟି
-ସବୁଠୁ ଭଲ ଶିକ୍ଷା ବ୍ୟାବସ୍ଥାଦିଲ୍ଲୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବସ୍ତରୀୟ ଶିକ୍ଷା ବ୍ୟାବସ୍ଥା ଉପଲବ୍ଧ କରିବାକୁ ଯୋଜନା କରିଛି କେଜ୍ରିୱାଲ ସରକାର।
-କମ ମୂଲ୍ୟରେ ଉତମ ସ୍ବାସ୍ଥ୍ୟସେବା ଦିଲ୍ଲୀର ପ୍ରତିଟି ପରିବାରକୁ ଆଧୁନିକ ହସ୍ପିଟାଲ ଓ କ୍ଲିନିକ ଜରିଆରେ ସ୍ବାସ୍ଥ୍ୟସେବାର ସୁନିଶ୍ଚିତ ବ୍ୟବସ୍ଥା ।
-ସବୁଠୁ ବଡ ସରକାରୀ ଯାତାୟାତ ବ୍ୟବସ୍ଥାଦିଲ୍ଲୀରେ ୧୧ ହଜାରୁ ଅଧିକ ବସ ଓ ୫୦୦ କିଲୋମିଟାରରୁ ଅଧିକ ମେଟ୍ରୋଲାଇନ କରିବ ନେଇ ଆପ ସରକାରର ଘୋଷଣା। ମହିଳାଙ୍କ ସହ ଛାତ୍ରଛାତ୍ରୀଙ୍କୁ ମାଗଣା ବସ ଯାତ୍ରାର ସୁବିଧା ।
-ପ୍ରଦୂଷଣ ମୁକ୍ତ ଦିଲ୍ଲୀବାୟୁ ପ୍ରଦୂଷଣ ସ୍ତରକୁ ଅତିକମରେ ୩ ଗୁଣ କମାଇବାର ଲକ୍ଷ ରଖାଯାଇଛି। ୨ କୋଟିରୁ ଉର୍ଦ୍ଧ୍ବ ଗଛ ଲଗାଇ ନିର୍ମାଣ ହେବ ଗ୍ରୀନ ଦିଲ୍ଲୀ।
-ସ୍ବଚ୍ଛ ଦିଲ୍ଲୀଦିଲ୍ଲୀକୁ ଅଳିଆ ଆବର୍ଜନା ମୁକ୍ତ କରି ସ୍ବଚ୍ଛ, ସୁନ୍ଦର ଓ ସବୁଜ କରାଯିବାର ଲକ୍ଷ୍ୟ ରହିଛି।
-ମହିଳାଙ୍କ ପାଇଁ ସୁରକ୍ଷିତ ଦିଲ୍ଲୀସିସିଟିଭି କ୍ୟାମେରା, ରାସ୍ତା ଆଲୋକ ଓ ବସ ମାର୍ଶାଲର ସୁବିଧା ଯୋଗାଇବ ଆପ ।
-ମୌଳିକ ସୁବିଧାଯୁକ୍ତ କଲୋନୀଦିଲ୍ଲୀରେ ସମସ୍ତ ଅଣସଙ୍ଗଠିତ କଲୋନୀକୁ ରାସ୍ତାର ସୁବିଧା, ପାନୀୟ ଜଳ ଯୋଗାଣ, କ୍ଲିନିକ ଓ ସିସିଟିଭି ବ୍ୟବସ୍ଥା।
-ଯେଉଁଠି ଚାଳ ସେଇଠି କୋଠା ଦିଲ୍ଲୀର ପ୍ରତିଟି ଚାଳଘର ଥିବା ବସ୍ତିକୁ ସମ୍ମାନପୂର୍ଣ୍ଣ ଜୀବନ ଦେବା ପାଇଁ ନିର୍ମାଣ ହେବ କୋଠା।
ଏପରି ସମସ୍ତ ଗ୍ୟାରେଂଟି କୁ ନେଇ ଆଗାମୀ ଦିଲ୍ଲୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଅରବିନ୍ଦ କେଜ୍ରିୱାଲ। ବିରୋଧି ମଧ୍ୟ ସବୁବେଳେ ତାଙ୍କର କାମ ଉପରେ ପ୍ରଶ୍ନ ଉଠାଇ ଆସିଛି। ଆଗାମୀ ଦିନରେ ଏ ସମସ୍ତ ଗ୍ୟାରେଂଟିକୁ ପୁରା କରିବାରେ ଦିଲ୍ଲୀ ସରକାର କେତେଦୂର ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ଜଣାପଡିବ।