ଆଜିଠୁ ଆରମ୍ଭ ହେଲା ପ୍ଲାଷ୍ଟିକ୍ ବଦଳରେ ଆହାର ଖାଦ୍ୟ

ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦେଲେ ଆହାର କେନ୍ଦ୍ରରୁ ଖାଦ୍ୟ ଖାଇ ପାରିବେ ଲୋକେ । ତେବେବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆରମ୍ଭ ହୋଇଥିବା ଏହି ନୂଆ ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଛି । ଏହି ନିୟମ ଅନୁସାରେ ଅଧ କେଜି ପ୍ଲାଷ୍ଟିକ ଦେଲେ ଆହାର କେନ୍ଦ୍ରରୁ ଖାଦ୍ୟ ଖାଇପାରିବେ । ଏହି ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।

ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ  ଭୁବନେଶ୍ୱର ମହାନଗର ନିଗମ, ୟୁଏନଡିପି ଓ ଟଚ ଟନ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ କରାଯାଇଛି ଏହି କାର୍ଯ୍ୟ । ଆଜି ଆହାର କେନ୍ଦ୍ରରେ ଜଣେ ସାଧାରଣ ଲୋକଙ୍କ ଦ୍ୱାରା ପ୍ଲାଷ୍ଟିକ ବଦଳରେ ଆହାର ମିଲ ଦିଆଯିବା ପ୍ରକ୍ରିୟା ଶୁଭାରମ୍ଭ କରାଯାଇଛି । ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ଆହାର କେନ୍ଦ୍ରରେ ଜଣେ ଅଧା କିଲେ ପିଆଜ ଦେଇ ଆହାର କେନ୍ଦ୍ରରୁ ଗୋଟିଏ ମିଲ ଖାଇପାରିବେ ।

ଭୁବନେଶ୍ୱରର ପ୍ରତି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ଓଜନ ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ଯେଉଁଠି ସେଇଠିି ଫୋପାଡ଼ୁଥିବା ପ୍ଲାଷ୍ଟିକ ଆଣି ଆହାର କେନ୍ଦ୍ରରେ ଦେବା ବଦଳରେ ଗୋଟିଏ ଆହର ମିଲ ମିଳିବ ।