ମାଲକାନଗିରି ପ୍ରବଳ ବର୍ଷା: ବୁଡ଼ିଲା କାଙ୍କରକୋଣ୍ଡା ଓ ଏମ୍‌ଭି-୧୧ ପୋଲ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେବାରୁ ବେହାଲ ହୋଇପଡ଼ିଛି ଜିଲ୍ଲା । ଜିଲ୍ଲାର ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ପୋଲା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍କରକୋଣ୍ଡା ଓ ଏମ୍‌ଭି-୧୧ର ଦୁଇଟି ପୋଲ ଉପରେ ୫ ଫୁଟ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।