ସୁଶାନ୍ତ ମୃତ୍ୟୁ ମାମଲା: ଏନସିବି ଚଢାଉ ଶେଷ, ସାମୁଏଲ ଓ ସୌଭିକ ଅଟକ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସସପେନ୍ସ ବଢିଚାଲିଛି। ସିବିଆଇ ତଦନ୍ତ ଚାଲିଥିବା ବେଳେ ଏଥିରେ ଏଣ୍ଟ୍ରି ମାରିଛି ଏନସିବି( ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ)। ତେବେ ଶୁକ୍ରବାର ସକାଳ ୬:୩୦ ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଏକ ପାଞ୍ଚ ଜଣିଆ ଟିମ୍ ରିୟାଙ୍କ ବାସଭବନ ସମେତ ମିରାଣ୍ଡାଙ୍କ ଘରେ ଚଢାଉ ଜାରି ରଖିଥିଲେ।

ସଦ୍ୟତମ ସୂଚନା ଅନୁଯାୟୀ, ବର୍ତ୍ତମାନ ଚଢାଉ ଶେଷ ହୋଇଥିବା ବେଳେ ଏନସିବି ଟିମ୍ ସାମୁଏଲ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛନ୍ତି। ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଟ୍ଵିଷ୍ଟ ପରେ ଟ୍ଵିଷ୍ଟ। ଘଟଣା ଦିନକୁ ଦିନ ଭିନ୍ନ ମୋଡ ଦେଇ ଗତି କରୁଥିବା ବେଳେ ତଦନ୍ତକୁ ଆଗେଇ ନେଇଛି ସିବିଆଇ। ରିୟାଙ୍କ ଡ୍ରଗ୍ସ ଲିଙ୍କ ବାହାରକୁ ଆସିବା ପରେ ଏହି ପ୍ରକ୍ରିୟାରେ ଏବେ ଏନସିବି( ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ମଧ୍ୟ ସାମିଲ ହୋଇଛି।

ଏନସିବି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ମନି ଲଣ୍ଡରିଂ ଅଭିଯୋଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଥିବା ୩୪ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଖୋଳତାଡ ଓ ପଚରାଉଚରା ଜାରି ରହିଛି।

ତେବେ ଅନୁସନ୍ଧାନକାରୀ ଦଳ ରାଜପୁତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ଏବଂ ଘରୋଇ ସହାୟତା ଦୀପେଶ ସାୱନ୍ତଙ୍କୁ ପ୍ରଶ୍ନ କରିଛନ୍ତି ବୋଲି ଅଧିକାରୀ କହିଛନ୍ତି। ରାଜପୁତଙ୍କ ଦେହାନ୍ତ ପରେ ମୁମ୍ବାଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ​​ଏବଂ ୫୦ ରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଥିଲା।