ପୁନଃପ୍ରସାରଣ ହେବ ‘ଶ୍ରୀକୃଷ୍ଣ’

ନୂଆଦିଲ୍ଲୀ: ୧୯୯୩ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଶୋ’ ‘ଶ୍ରୀକୃଷ୍ଣ’ ପୁଣି ଥରେ ଦୂରଦର୍ଶନରେ ପ୍ରସାରଣ ହେବ । ଲକଡାଉନ୍ ସମୟରେ ରାମାୟଣ ଏବଂ ମହାଭାରତକୁ ଲୋକେ ବିପୁଳ ପରିମାଣର ଦେଖୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚ୍ୟାନେଲ ନିଷ୍ପତି ନେଇଛି ଯେ ‘ଶ୍ରୀକୃଷ୍ଣ’ ଶୋ’କୁ ପୁନଃ ପ୍ରସାରଣ କରିବେ।

ସୂଚନା ଅନୁଯାୟୀ, ଏହି ଶୋକୁ ପୁଣିଥରେ ଦେଖାଇବା ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଡିମାଣ୍ଡ କରୁଥିଲେ । ପ୍ରସାର ଭାରତୀ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ଟିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି – ଶ୍ରୀକୃଷ୍ଣ ଖୁବଶୀଘ୍ର ଡିଡି ନ୍ୟାସନାଲକୁ ଆସୁଛନ୍ତି। ମାତ୍ର ଏହି ଶୋ କେବେ ଟେଲିକାଷ୍ଟ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଏହି ଖବର ଶୁଣିବା ପରେ ଲୋକ ବହୁତ ଖୁସି ଥିବା ଜଣାପଡିଛି ।