କେବିସିରେ ନଜର ଆସିବେ ଓଡ଼ିଶାର ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିିସି)’ରେ ଦେଖିବାକୁ ମିଳିବେ। ପୂର୍ବରୁ ଓଡ଼ିଶାରୁ ‌ଦୌଡ଼ରାଣୀ ଦୂତୀ ଚାନ୍ଦ ଏହି ସୋ’ରେ ନଜର ଆସି ସାରିଛନ୍ତି।

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍‌ନୋଲୋଜି(କିଟ୍‌) ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍‌ ସାଇନ୍ସ(କିସ୍‌)ର ପ୍ରତିଷ୍ଠାତା  ଅଚ୍ୟୁତ କେବିସି କୁଇଜ୍‌ ସୋ’ର ସ୍ବତନ୍ତ୍ର କରମବୀର ଏପିସୋଡ୍‌ରେ ନଜର ଆସିବେ।

ନଭେମ୍ବର ୧୫ ତାରିଖ ରାତି ୯ଟାରେ ଏହି ଏପିସୋଡ୍‌ ସୋନି ଟିଭିରେ ଦେଖିବାକୁ ମିଳିବ। ଅଚ୍ୟୁତ ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ସହ କେବିସି ହଟ୍‌ ସିଟ୍‌‌ରେ ଦେଖିବାକୁ ମିିଳିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ସମାଜ କଲ୍ୟାଣ କାର୍ଯ୍ୟରେ  ଅବଦାନ ଥିବା ବ୍ୟକ୍ତିତ୍ବଙ୍କୁ ହିଁ କରମବୀର ଏପିସୋଡ୍‌ରେ ଦେଖିବାକୁ ମିଳିଥାଏ। ଏଥିରେ ସେ ‘କିସ’ରେ  ଆଦିବାସୀ ପିଲାଙ୍କୁ ରଖି ପଢ଼ାଉଥିବା କଥା ଉଲ୍ଲେଖ କରିଛନ୍ତି। ପୂର୍ବରୁ ଦୂତୀ ଚାନ୍ଦଙ୍କ ସମେତ ଆଇପିଏସ୍‌ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ଏହି ସୋ’ରେ ନଜର ଆସିଥିଲେ।