କାଠ ଚୋରା ଚାଲାଣକାରୀଙ୍କ ଠାରୁ ଲାଂଚ ନେଇ ୩ ପୋଲିସକର୍ମୀ ନିଲମ୍ବିତ

ସମ୍ବଲପୁର: ଜଣେ କାଠ ଚୋରା ଚାଲାଣକାରୀ ଠାରୁ ପୋଲିସ କର୍ମଚାରୀ ଲାଂଚ ନେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାନୁଷ୍ଠାନ। ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି ।

ଭିଡିଓ ଭାଇରାଲ ପରେ ତଦନ୍ତ କରି ଯୁଯୁମୁରା ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିବା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଗାଡି ଡ୍ରାଇଭର ଜଗନ୍ନାଥ ଜେନା, ଜଣେ ହାବିଲଦାର, ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଯୁଯୁମୁରା ଥାନା ବାଗଦଫା ଗାଁର ଡିଲେଶ୍ବର ଦୁତିଆଚାନ୍ଦଙ୍କ ଠାରୁ ବେଆଇନ କାଠ ଜବତ ପରେ ମାମଲା ରଫାଦଫା ପାଇଁ ୨୦ ହଜାର ଟଙ୍କା ଜଣେ ପାନଦୋକାନୀଙ୍କ ଜରିଆରେ ଲାଂଚ ନେଇଥିବା ଭିଡିଓ ଭାଇରାଲ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଏସପି କହିଛନ୍ତି । ଏହି ଘଟଣା ପରେ ଆହୁରି ତଦନ୍ତ ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି।