କଟକରେ ଲାଗୁ ହେଲା ସଟ୍‌ଡାଉନ୍‌

ଭୁବନେଶ୍ୱର: ଭୁବନେଶ୍ୱର ଓ ଭଦ୍ରକ ସହର ପରେ କଟକରେ ବି ଲାଗୁ ହେଲା ସଟ୍‌ଡାଉନ୍ । ଆଜି ରାତି ୮ଟାରୁ ୪୮ ଘଂଟା ପର୍ଯ୍ୟନ୍ତ ଲାଗୁ ହେଲା ସଟ୍‌ଡାଉନ୍ । କଟକରୁ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଏହି ନିଷ୍ପତି ନେଇଥିବା ଟୁଇଟ୍ କରି ଜଣାଇଲେ ମୁଖ୍ୟ ଶାସନ ସଚିବ ।

ପୂର୍ବରୁ କୋରୋନା ମୁକାବିଲା ଲାଗି ଭୁବନେଶ୍ୱର ଓ ଭଦ୍ରକକୁ ଆଜି ରାତି ୮ ଟା ପରଠୁ ରବିବାର ରାତି ୮ ଟା ପର‌୍ୟ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରିଥିଲେ ସରକାର । ଏହି ସମୟରେ କେହି ଘରୁ ବାହାରିପାରିବେନି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ । କେବଳ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରହିବ । ବଡରୋଗ ଥିଲେ ଆମ୍ବୁଲାନ୍ସ ଯୋଗେ ବାହାରକୁ ଯିବେ । ସେହିପରି ଏହି ସମୟରେ କାମଦେବନି ପୂର୍ବରୁ ଦିଆଯାଇଥିବା କୌଣସି ପାସ ବୋଲି ସରକାର କହିଥିଲେ ।