ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଉଠାଇବା ଘଟଣା: କ୍ଷମା ମାଗିଲେ ଅଭିନେତ୍ରୀ ପ୍ରକୃତି

ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଏବଂ ଭିଡିଓ ଉଠାଇବା ଘଟଣାକୁ ନେଇ ପ୍ରଥମେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଏବେ ପ୍ରକୃତି ମିଶ୍ର କ୍ଷମା ମାଗିଛନ୍ତି ।

ପ୍ରକୃତି ମିଶ୍ର  କହିଛନ୍ତି ଯେ, ଡ୍ୟାମ୍  କର୍ତୃପକ୍ଷଙ୍କ ଅନୁମତି ନେଇ ଆମେ ଯାଇଥିଲୁ। କିନ୍ତୁ ଜାଣିନଥିଲୁ ଯେ, ସେଠାରେ ଫଟୋ ଉଠାଇବା ଓ ଭିଡ଼ିଓ କରିବା ମନା। ଆମେ ତ ଛୁଆମାନେ ଖୁସିରେ ଫଟୋ ଉଠାଇ ଦେଇଥିଲୁ। ଏହା ପରେ ମୋ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ଅପଲୋଡ଼ କରିଥିଲି। ମୋର ଭୁଲ ହୋଇ ଯାଇଛି, ଭବିଷ୍ୟତରେ ଏମିତି ଆଉ ହେବନି ବୋଲି ସେ କହିଛନ୍ତି।  ଏହା ପୂର୍ବରୁ ଏହି ଘଟଣାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଭୁଲ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସମ୍ବଲପୁର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡ଼ର ୩ଜଣ ଅଭିନେତ୍ରୀଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାଏ ଓ ଲୋଭିନା ନାଏକ ଅଛନ୍ତି।