ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ନେଇ ନିଷ୍ପତ୍ତି

ଭୁବନେଶ୍ୱର : ଜୁଲାଇ ୩୧ତାରିଖ ପରେ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଯୁକ୍ତ ୨ ର ବାକି ଥିବା ପରୀକ୍ଷା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ରାଜ୍ୟରେ ୬୦ ଲକ୍ଷ ପିଲା ଥିବା ବେଳେ ମାତ୍ର ୨୨ ଲକ୍ଷ ପିଲା ଅନଲାଇନକୁ ଆସିଛନ୍ତି । ଅନଲାଇନରେ କିପରି ସମସ୍ତ ପିଲା ବିଭିନ୍ନ ଟପିକ୍ କୋର୍ଷ ମାଧ୍ୟମରେ ପଢିବେ , ସେ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜୁନ୍ ମାସରେ ଖୋଲିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବିଦ୍ୟାଳୟରେ ସଂକ୍ରମଣ ଭୟ ଅଧିକ ରହୁଥିବାରୁ ଏ ବର୍ଷ ସ୍ଥିତି ନିୟନ୍ତ୍ରଣାଧିନ ନ ହେବା ଯାଏଁ ଅନଲାଇନ ଜରିଆରେ ପାଠ ପଢାଇବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।