ବାପା ହେଲେ ଆଫତାବ

ମୁମ୍ବାଇ: ବଲିଉଡ ଅଭିନେତା ଆଫତବ ଶିବଦାସାନୀଙ୍କ ପତ୍ନୀ ନିନ୍ ଦୁସାଞ୍ଜଙ୍କ ଏକ ଝିଅ ସନ୍ତାନ ଜନ୍ମ ଦେଇଛନ୍ତି । ଆଫତାବ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସହିତ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି ।

ଆଫତାବ ନିଜ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ଇଶ୍ୱରଙ୍କ ଆଶୀର୍ବାଦ । ଆମର ଝିଅ ହୋଇଛି ତେଣୁ ଆମେ ବହୁତ ଖୁସି । ଆମେ ଗର୍ବିତ ପିତାମାତା ମନେ କରୁଛୁ । ବର୍ତ୍ତମାନ ଆମ ପରିବାରରେ ତିନି ଜଣ ସଦସ୍ୟ ।

ଆଫତାବ ଝିଅର ପାଦ ସହିତ ହାର୍ଟ ଆକାରରେ ତାଙ୍କର ହାତର ଫଟୋ ସେୟାର କରିଛନ୍ତି ।

୨୦୧୪ ମସିହାରେ ଆଫତାବ ଏବଂ ନିନ୍ ବିବାହ କରିଥିଲେ । ପ୍ରକାଶ ଥାଉ କି, ଆଫତାବ ୧୯୯୯ ମସିହାରେ ଫିଲ୍ମ ‘ମସ୍ତ’ ସହିତ ଡେବ୍ୟୁ କରିଥିଲେ । ଏହା ପରେ ସେ ‘ଆୱାରା ପାଗଲ ଦିୱାନା’, ‘ଆଙ୍କିନ୍’, ‘ମସ୍ତି’ ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ।