ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ସଲାମ କଲେ ଆଫଗାନୀ ଭାଇଜାନ୍

ନୂଆଦିଲ୍ଲୀ: ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ଦେଶକୁ ଫେରିବା ନେଇ ଚାରିଆଡେ ଖୁସିର ଲହରି ଖେଳିଯାଇଛି । ତେବେ ଅଭିନନ୍ଦନଙ୍କର ଲେଉଟାଣିଙ୍କୁ ନେଇ ସବୁବେଳେ ଭିଡିଓରେ ହସି ହସି ପାକିସ୍ତାନର କ୍ଲାସ ନେଉଥିବା ଆଫଗାନୀ ଭାଇଜାନ୍ ନିଜର ଖୁସି ଜାହିର କରିବା ସହ ତାଙ୍କୁ ସାଲ୍ୟୁଟ୍ ମଧ୍ୟ କରିଛନ୍ତି । ଭିଡିଓରେ ଏହି ଆଫଗାନୀ ଭାଇଜାନ୍ ଜଣଙ୍କ ହସି ହସି କହୁଛନ୍ତି ଯେ, ଯେଉଁ ବ୍ୟକ୍ତି ନିଜ ମୁଣ୍ଡ ଧରି ପାକିସ୍ତାନ ମାଟିକୁ ଚାଲିଗଲା, ମୁଁ ଏଭଳି ମଣିଷ ମୋ ପୁରା ଜୀବନ ଭିତରେ ଦେଖିନାହିଁ । ଏ ମଣିଷ କେଉଁ ମାଟିରେ ତିଆରି ହୋଇଛି? ଭଗବାନଙ୍କ କୃପାରୁ ଏହି ବ୍ୟକ୍ତି ମୋ ଦେଶରେ ଜନ୍ମ ନେଇଥାନ୍ତା । ନାଁ ଆଖିରେ କୌଣସି ଡର, ନାଁ ମୁହଁରେ ଅବିଚଳିତର ରେଖା । ଶତ୍ରୁଦେଶରେ ମଧ୍ୟ ନିଜ ଘରେ ଥିଲା ଭଳି କଥା ହେଉଥିବା ଏହି ବ୍ୟକ୍ତିଙ୍କ ମା’କୁ ମୁଁ ହୃଦୟରୁ ସାଲ୍ୟୁଟ୍ କରୁଛି ଯେ ଏଭଳି ଜଣେ ସିଂହ ଭଳି ପୁତ୍ରକୁ ଜନ୍ମ ଦେଇଛନ୍ତି । କେବଳ ଏତିକି ନୁହଁ ଆଫଗାନୀ ଭାଇଜାନ୍ ପାକିସ୍ତାନକୁ ସତର୍କ କରାଇ କହିଛନ୍ତି , ଅନ୍ୟ ଦେଶରୁ ଟଙ୍କା ଭିକରେ ଆଣି ଆତ୍ମଘାତୀ ଆକ୍ରମଣ କରିବା ବନ୍ଦ କର ।