ରାଜଧାନୀର ଏହି ୬ଟି ଜାଗାରେ ଭୁଲରେ କରିବେନି ବେଆଇ୍‌ନ୍ ପାର୍କିଂ; ନ ହେଲେ ଦେବେ ଜରିମାନା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ କଟକ ପୋଲିସ କମିସନରେଟ୍ ପକ୍ଷରୁ ଟ୍ରାଫିକ୍‌ ରୁଲ ୨୦୦୮ ଧାରା ୨୯ରୁ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧୀରେଧୀରେ ଅଧିକ କଡ଼ା କରାଯିବା ପାଇଁ ନିଷ୍ପତି ନିଆଯାଇଛି।

ଏ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜଧାନୀର ଜନଗହଳି ଥିବା ରାସ୍ତାରେ ବେନିୟମ ଭାବେ ଗାଡ଼ି ପାର୍କିଂ ନ କରିବାକୁ କୁହାଯାଇଛି । ଏହାର ଖିଲାପ ହେଲେ ମୋଟରଯାନ ଆଇନ ୨୦୧୯ ଧାରା ୧୮୮ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ ଓ ଏଥିସହ କ୍ରେନ୍‌ ବ୍ୟବହାର ହେଲେ ସେ ବାବଦୀୟ ଖର୍ଚ୍ଚ ମୋଟରଯାନ ଆଇନର ଧାରା ୧୨୭ ଅନୁସାରେ ଭରଣା କରିବାକୁ ହେବ ବୋଲି କମିସନରେଟ୍ ପୋଲିସ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ଏହି ସ୍ଥାନ ଗୁଡିକରେ ନିୟମ କାର୍ଯ୍ୟକାରୀ ହେବ:

-ରାଜଭବନ ଛକରୁ କଳାରାହଙ୍ଗ ଛକ

– ଏୟାରପୋର୍ଟରୁ ନାଲକୋ ଛକ

– ଶିଶୁଭବନ ଛକରୁ ବାଣୀବିହାର

-ରସୁଲଗଡ଼ ଛକରୁ ଜୟଦେବ ବିହାର

– ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ

-ବାପୁଜୀନଗର

ଗତ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଯାଇଥିଲା। ଏହି ନିୟମ ଅନୁଯାୟୀ ବିନା ହେଲମେଟରେ, ବିନା ଲାଇସେନ୍‌ସ୍‌ରେ, ସିଟ ବେଲଟ ନ ବାନ୍ଧି ଚାରିଚକିଆ ଗାଡ଼ି ଚଳାଇଲେ ମୋଟା ଅଙ୍କର ଜରିମାନା ରାଶି ଲାଗୁ ହୋଇଛି।