ସମ୍ ଅଲ୍ଟିମେଟ ମେଡିକେୟାର୍‌ରେ ଅତ୍ୟାଧୁନିକ କ୍ୟାନ୍ସର କେୟାର ବ୍ଲକ୍ ଉଦ୍‌ଘାଟିତ

ଭୁବନେଶ୍ୱର : କ୍ୟାନ୍ସର ରୋଗର ଚିକିତ୍ସା ଏବଂ ରୋଗୀଙ୍କର ସାମଗ୍ରୀକ ଯତ୍ନ ନେଇ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍ ଉଦ୍‌ଘାଟିତ ହୋଇଯାଇଛି ।

ADVANCED CANCER CARE BLOCK INAUGURATED AT SUM ULTIMATE MEDICARE

ହସ୍ପିଟାଲର ନୂଆ କ୍ୟାନ୍ସର ସେବା ୱିଙ୍ଗ୍ “ସମ୍ମମ୍ ହୋପ୍‌ସ୍ପ୍ରିଙ୍ଗସ ବ୍ଲକ୍‌” ରେ ହାଇ-ଏଣ୍ଡ ଭାରିଆନ୍ ଟ୍ରୁବିମ୍ ପ୍ରିମିୟମ୍‌ ଲିନିୟର୍ ଆକ୍ସିଲେଟର୍‌, ବ୍ରାଭୋସ୍ ୩୦ ଚ୍ୟାନେଲ୍ ପ୍ରିମିୟମ୍ ଏଚ୍‌ଡିଆର ବ୍ରାକିଥେରାପି ସିଷ୍ଟମ୍‌, ପେଟ୍‌-ସିଟିବାୟୋଗ୍ରାଫ୍ ହୋରାଇଜନ୍‌, ଏସ୍‌ପିଇସିଟି (ଗାମା କ୍ୟାମେରା)- ସିମ୍ବିଆ ଏଭୋ ଏବଂ ଅତ୍ୟାଧୁନିକ ଚିକିତ୍ସା ନିମନ୍ତେ ଉପଲବ୍ଧ ଅଟେ । ଏହାଦ୍ୱାରା ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ଯତ୍ନ ସହ ସମ୍ପାଦିତ କରାଯାଇ ପାରିବ
ବୋଲି ସମ୍ମମ୍ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ପ୍ରକାଶ କରାଯାଇଛି ।

ରୋଗୀଙ୍କୁ କ୍ୟାନ୍ସର ଚିକିତ୍ସା ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସମ୍ମମ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗୋଟିଏ ଛାତ ତଳେ କ୍ୟାନ୍ସରର ମେଡିକାଲ୍‌, ସର୍ଜିକାଲ୍ ଏବଂ ରାଡିଏସନ୍‌ ଅଙ୍କୋଲୋଜି ଚିକିତ୍ସା କରାଯାଇ ପାରିବା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନୂତନ କ୍ୟାନ୍‌ସର କେୟାର ବ୍ଲକ୍‌ର ଉଦ୍‌ଘାଟନ ଓ ପୂଜା ଅବସରରେ ସମ୍ମମ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍ ଡଃ ଶ୍ୱେତପଦ୍ମା ଦାସ, ଚିଫ୍‌, ମେଡିକାଲ୍ ସର୍ଭିସେସ୍ ଡଃ (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର ଏବଂ କନ୍‌ସଲ୍‌ଟାଂଟ୍ ଡଃ ଚିର ରଞ୍ଜନ ଖାଡଙ୍ଗା, ଡଃ ଜିଜ୍ଞାସୁ ମହାନ୍ତି, ଡଃ ପ୍ରିୟା ପ୍ରିୟଦର୍ଶିନୀ ନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

କ୍ୟାନ୍ସର ରୋଗୀଙ୍କର ଚିକିତ୍ସା ଓ ଯତ୍ନ ନିମନ୍ତେ ସମ୍ମମ୍‌ର ଅଙ୍କୋଲୋଜି ଟିମ୍ ସବୁଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟବେସିତ ପ୍ରକ୍ରିୟା ଅବଲମ୍ବନ କରୁଥିବା ବେଳେ ପ୍ରତ୍ୟେକ ରୋଗୀଙ୍କର ସଠିକ୍ ଚିକିତ୍ସା ନେଇ ହସ୍ପିଟାଲ୍‌ ଯତ୍ନବାନ ଥିବା ଏହି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି । ଉନ୍ନତମାନର ପେସେଂଟ ପୋଜିସନିଂ ସିଷ୍ଟମ୍‌, ବ୍ରାଭୋସ୍ ଏବଂ ସବୁଠାରୁ ଅତ୍ୟାଧୁନିକ କ୍ଲିନିକାଲ୍ ଲିନିୟର୍‌ ଆକ୍ସିଲେରେଟର୍ ବା ଲିଙ୍କସ୍ ମାଧ୍ୟମରେ କ୍ୟାନ୍ସର ରୋଗୀମାନଙ୍କର ଉନ୍ନତମାନର ଏବଂ ସୁରକ୍ଷିତ ଚିକିତ୍ସା ନିମନ୍ତେ ସମ୍ମମ୍ ପ୍ରସ୍ତୁତ ବୋଲି ଏହି ରିଲିଜରେ କୁହାଯାଇଛି ।