ଭୁବନେଶ୍ୱର: କୋରୋନା ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଏହି ଭତା ମିଳିବାକୁ ଥିବାବେଳେ ଅଗ୍ରୀମ ୪ ମାସର ଆଗୁଆ ଭତା ପ୍ରଦାନ କରିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା । ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ମଧୁବାବୁ ପେନସନ ଓ ନ୍ୟାସନାଲ ସୋସିଆଲ ଆସିଷ୍ଟେନ୍ସ ପ୍ରୋଗ୍ରାମ ଅଧୀନରେ ଥିବା ରାଜ୍ୟର ୨୪ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି। ଏହାସହ ଆସନ୍ତା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତା ମାର୍ଚ୍ଚ ଶେଷ ସୁଦ୍ଧା ବଂଟାଯିବ।
ଏନେଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖୁବଶିଘ୍ର ଏହି ଭତା ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ଏହାସହ ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମଧ୍ୟ ଜଣାପଡିଛି।