ଏକ ଭିନ୍ନ ପ୍ରକାରରେ ଆଦିତି ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ଆଦିତି ଫାଉଣ୍ଡେସନ’ ତରଫରୁ ଏକ ଅଭିନବ ପ୍ରୟାସ ହୋଇଛି । ଏହି ଅବସରରେ ଫାଉଣ୍ଡେସନ ତରଫରୁ ଖଣ୍ଡଗିରି ସ୍ଥିତ ‘ପ୍ରତିଭା ସେଲଟର ହୋମ’ର ଛୁଆମାନଙ୍କ ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଆଦିତି ଫାଉଣ୍ଡେସନ ତରଫରୁ ସେହି ପିଲାମାନଙ୍କୁ ଜାତୀୟ ପତାକା ସହ ବସ୍ତ୍ର ବଂଟନ କରାଯାଇଥିଲା । ଫାଉଣ୍ଡେସନ ଅଧ୍ୟକ୍ଷା ସୁଶ୍ରୀତା ରାଉତରାୟ ପିଲାମାନଙ୍କୁ ସ୍ୱାଧୀନତା ଦିବସର ମହତ୍ୱ ବୁଝେଇବା ସହ ପିଲାମାନଙ୍କୁ ସେମାନଙ୍କ ଭବିଷ୍ୟ ସଜାଡିବାର କିଛି ଉପାୟ ବି କହିଥିଲେ । ପ୍ରତିଭା ସେଲଟର ହୋମର ପିଲାମାନଙ୍କ ମନୋବଳ ବୃଦ୍ଧି କରିବାକୁ ଆଦିତି ଫାଉଣ୍ଡେସନ ତରଫରୁ ପାତ୍ରପଡା ସ୍ଥିତ ଆଇନକ୍ସରେ ‘ସୁପର ୩୦’ ଚଳଚ୍ଚିତ୍ର ଦେଖାଇବାର ଆୟୋଜନ ମଧ୍୍ୟ ହୋଇଥିଲା । ଏହି ଅବସରରେ ଫାଉଣ୍ଡେସନ ତରଫରୁ ସୁଶ୍ରୀତା ନାୟକ, ସସ୍ମିତା ଜେନା, ସୁନିତା ପଟ୍ଟନାୟକ, ବିଶ୍ୱଜିତ ରାଉତ, ସାନୁଜିତ ମହାନ୍ତି, ସନ୍ତୋଷ ଉପାଧ୍ୟ, ସତ୍ୟଜିତ ଭବାନୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।