ଭୁବନେଶ୍ୱର : ସମ୍ବଲପୁର ସହରରେ ଅପରାଧ କମ୍ କରିବା ଲକ୍ଷ୍ୟ ନେଇ ଓ ସିଏସ୍ଆର୍ ଦାୟିତ୍ୱବୋଧର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନୀ ଆଦିତ୍ୟ ଆଲୁମିନିୟମ୍ ସମ୍ବଲପୁର ଜିଲ୍ଲା ପୁଲିସ ସହ ମିଶି ସହରରେ ଏକ ମଡେଲ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛି । ପଶ୍ଚିମାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା ଏହାକୁ ଉଦ୍ଘାଟନ କରିଛନ୍ତି । ଏଥିସହ କମ୍ପାନୀ ପକ୍ଷରୁ ଜିଲ୍ଲା ପୁଲିସକୁ ୪ଟି ପିସିଆର୍ ଭ୍ୟାନ୍ ଦାନ କରାଯାଇଛି, ଯାହାକୁ ମୁଖ୍ୟ ଅତିଥି ଡିଆଇଜି ଶ୍ରୀ ଭୋଇ ପତାକା ଦେଖାଇ ଅନାବରଣ କରିଥିଲେ । ଆଦିତ୍ୟ ଆଲୁମିନିୟମ୍ର ଅଭିଯାନକୁ ପ୍ରଶଂସା କରି ଶ୍ରୀଯୁକ୍ତ ଭୋଇ କହିଛନ୍ତି, “ଆଦିତ୍ୟ ଆଲୁମିନିୟମ୍ର ଏହି ପଦକ୍ଷେପ ବାସ୍ତବରେ ମୂଲ୍ୟବାନ ଏବଂ ଜିଲ୍ଲାରେ ଅପରାଧକୁ କମ୍ କରିବା ଓ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପହଞ୍ଚିବାରେ ଏହା ଜିଲ୍ଲା ପୁଲିସ ପାଇଁ ସହାୟକ ହେବ ।’
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ କମ୍ପାନୀ ପକ୍ଷରୁ ଜିଲ୍ଲା ପୁଲିସକୁ ୬ଟି ଭ୍ୟାନ୍ ଦାନ କରାଯାଇଥିଲା ଓ ଏବେ ଆଉ ୪ଟି ଭ୍ୟାନ୍ ଦାନ କରାଯିବା ସହ କମ୍ପାନୀର ମୋଟ ପିସିଆର୍ ଭ୍ୟାନ୍ ଦାନ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ଜିଲ୍ଲାରେ ଅପରାଧ କମ୍ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ଦିଗରେ ଜିଲ୍ଲା ପୁଲିସକୁ ଦୃଢ଼ତା ପ୍ରଦାନ କରିବ । ଜିଲ୍ଲାର ପ୍ରତିଟି ବର୍ଗ କମ୍ପାନୀର ଏହି ଉଦ୍ୟମକୁ ପ୍ରଶଂସା କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ଆଲୁମିନିୟମ୍ର ୟୁନିଟ୍ ମୁଖ୍ୟ କୈଳାଶନାଥ ପାଣ୍ଡେ, କ୍ଲଷ୍ଟର ଏଚ୍ଆର ମୁଖ୍ୟ ଯଶବୀର ସିଂହ ମାଲ୍ହୋତ୍ରା, ଏଚ୍ଆର ମୁଖ୍ୟ ସୁଧୀର ଗୁପ୍ତା ଏବଂ କ୍ଲଷ୍ଟର ସିଏସ୍ଆର୍ ଓ ଲିଆଜନିଂ ମୁଖ୍ୟ ଏ ସତ୍ୟନାରାୟଣ ଉପସ୍ଥିତ ଥିଲେ ।