ଆଦିବାସୀ ମେଳା ୨୦୨୦ ଉଦଘାଟିତ; ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର: ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେଳା ଉଦଘାଟନ କରି ମୁଁ ବହୁତ ଖୁସି । ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ପ୍ରଥମ ଦିନରେ ବହୁ ଷ୍ଟଲ ମଧ୍ୟ ଖୋଲା ଯାଇଛି ।

ଏହି ଅବସରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ପୁସ୍ତିକା “ଆଦିବାସୀ” ଓ “ବନଜା” ଉନ୍ମୋଚନ କରିଥିଲେ । ଜନଜାତି ବର୍ଗର ପ୍ରତିରୋଧର ବ୍ୟକ୍ତି ବିଶେଷଜ୍ଞଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୁଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଭାଗ ଦୁଇ ଉପବେଷଣ ଶ୍ରୀ ସୁଜିତ୍ କୁମାର ଓ ଶ୍ରୀ ମୁନା ଖାଁ, ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା, ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଏସ.ଆର ଯାଦବ ଏବଂ ଏସସିଏସଟି ଆରଟିଆଇର ନିର୍ଦ୍ଦେଶକ ଅଖିଳ ବିହାରୀ ଓ ପ୍ରମୁଖ ଯୋଗ ଦେଇଥିଲେ ।