ପ୍ରବାସୀ ଓଡ଼ିଆମାନେ ପଞ୍ଜିକରଣ କରିବାବେଳେ ମୋବାଇଲ ଓ ଆଧାର ନମ୍ବର ବାଧ୍ୟତାମୂଳକ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ଯଦି ଓଡ଼ିଶାକୁ ଫେରିବା ପାଇଁ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ପୋର୍ଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ପଞ୍ଜିକରଣ ସମୟରେ ମୋବାଇଲ ନମ୍ବର ଓ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଡି. କେ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏପ୍ରିଲ ୨୪ରୁ ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହୋଇସାରିଛି ।

ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ସିଂହ କହିଛନ୍ତି ଓଡ଼ିଶା ବାହାରେ ଯେଉଁ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି ଓ ସେମାନେ କେମିତି  ଫେରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି । ସରକାର ପ୍ରଥମେ ସେମାନଙ୍କ ସମସ୍ୟା ଉପରେ ଅବଗତ ହେବାକୁ ଚାହୁଁଛନ୍ତି । ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ପ୍ରଥ.ମେ ନାମ ପଞ୍ଜିକରଣ କରିବାକୁ ପଡ଼ିବ ।

ପଂଚାୟତରାଜ ସଚିବ ଶ୍ରୀ ସିଂହ କହିଛନ୍ତି, ଅନଲାଇନ ପୋର୍ଟାଲରେ ନାମ v କରିବା ସହଜ ପ୍ରକ୍ରିୟା । ଏହା ଅଳ୍ପ ସମୟ ମଧ୍ୟରେ ପଞ୍ଜୀକରଣ କରାଯାଇ ପାରିବ ।