ଗୁଟଖା ବିକ୍ରିର ଯାଞ୍ଚ କରିବେ ଏଡିଜି

ଭୁବନେଶ୍ଵର:ବ୍ୟାନ୍ ସତ୍ଵେ ରାଜ୍ୟରେ ଖୁଲମଖୁଲା  ସର୍ବସାଧାରଣରେ ଗୁଟଖା ବିକ୍ରି ହେଉଛି। ଗୁଟଖା ଉପରେ ପ୍ରତିବନ୍ଧକ କେବଳ ସରକାରୀ କାଗଜକଲମରେ ସୀମିତ ରହିଛି। କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ପ୍ରଶାସନିକ ଉଦାସୀନତା କାରଣରୁ ଖୋଲାମେଲା ଗୁଟଖା ବିକ୍ରି ହେଉଛି। ଏହାକୁ ଗମ୍ଭୀରତାର...

ଭୁବନେଶ୍ଵର:ବ୍ୟାନ୍ ସତ୍ଵେ ରାଜ୍ୟରେ ଖୁଲମଖୁଲା  ସର୍ବସାଧାରଣରେ ଗୁଟଖା ବିକ୍ରି ହେଉଛି। ଗୁଟଖା ଉପରେ ପ୍ରତିବନ୍ଧକ କେବଳ ସରକାରୀ କାଗଜକଲମରେ ସୀମିତ ରହିଛି। କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ପ୍ରଶାସନିକ ଉଦାସୀନତା କାରଣରୁ ଖୋଲାମେଲା ଗୁଟଖା ବିକ୍ରି ହେଉଛି। ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ମାନବାଧିକାର କମିଶନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଚଆରପିସି ଏଡିଜିଙ୍କକୁ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ବ୍ୟାନ୍ ସତ୍ଵେ ଗୁଟଖା ଖୋଲାମେଲା ବିକ୍ରି ନେଇ ଓଡ଼ିଶା ଅଭିଭାବକ ସଂଘ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରି ଏହା ଉପରେ ପଦକ୍ଷେପ ନେବାକୁ ଆବେଦନ କରିଥିଲେ। ଆବେଦନ ଆଧାରରେ ଓଏଚଆରସି ଏଚଆରପିସି ଏଡିଜିଙ୍କକୁ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି। 

ଉଲ୍ଲେଖଯୋଗ୍ୟ,  ୨୦୧୫ ଅଗଷ୍ଟ ୧୭ରେ ରାଜ୍ୟ ସରକାର ଗୁଟଖା ଓ ପାନମସଲା ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ। ସେହି ସମୟରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାମୋଦର ରାଉତ ଗୁଟଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। 

ଗ୍ଲୋବାଲ ଆଡଲ୍ଟ ଟୋବାକୋର ସର୍ଭେ ଅନୁଯାୟୀ ରାଜ୍ୟର ୪୩ ପ୍ରତିଶତ ଲୋକ ଗୁଟଖା ବ୍ୟବହାର କରନ୍ତି। ଫଳରେ ରାଜ୍ୟରେ ଅଧିକ ମାତ୍ରାରେ କ୍ୟାନ୍ସର ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ୧୦ ହଜାରରୁ ଅଧିକ ନୂତନ ପାଟି କ୍ୟାନ୍ସର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...