ବିଧାନସଭାରେ ୮୧୨୬ କୋଟିର ଅତିରିକ୍ତ ବଜେଟ୍‌ ଆଗତ

ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ ମଧ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ବିଧାନସଭାରେ ଏହାକୁ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ ହୋଇଥିବା ମୋଟ ବ୍ୟୟ ଅଟ୍ଟକଳ ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୨୬୭କୋଟି ୨୩ ଲକ୍ଷ ଓ ବିଭିନ୍ନ ଯୋଜନା ବାବଦରେ ୭୪୩୨ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।