ଦକ୍ଷିଣୀ ଗର୍ଲଙ୍କ ‘ମୋହ’

ଦକ୍ଷିଣ ଭାରତର କିଛି ଦମ୍ଦାର୍ ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ଆଦା ଶର୍ମା । ହିନ୍ଦୀ ଫିଲ୍ମ ଦୁନିଆରେ ବି ସେ ଏବେ ବେଶ୍ ଛାଇବାରେ ଲାଗିଛନ୍ତି । ଉଭୟ ରିଲ୍ ଏବଂ ରିଅଲ୍ ଲାଇଫ୍ରେ ଆଦା ପୂରା ସମାନ । ବୁଝିପାରିଲେନି ବୋଧହୁଏ । କହିରଖୁଛୁ, ଏଠାରେ ଆଦାଙ୍କ ବିନ୍ଦାସ୍ ଗୁଣ ଉପରେ କୁହାଯାଉଛି । ଆଦା ରିଅଲ୍ ଲାଇଫ୍ରେ ଯେମିତି ଖୁସ୍ମିଜାଜ୍ ଫିଲ୍ମରେ ଅଭିନୟ କରିବାବେଳେ ବି ଠିକ୍ ସେମିତି ନଟଖଟୀ । ଏହା ଆମ କହିବାଠୁ ଅଧିକ ତାଙ୍କ ଫିଲ୍ମ ଦେଖି ଦର୍ଶକ ଠିକ୍ ବୁଝିସାରିଥିବେ । ଏଇ ନିକଟରେ ତାଙ୍କୁ ଏକ ଶର୍ଟ ହିନ୍ଦୀ ଫିଲ୍ମ ‘ମୋହ’ରେ ଅଭିନୟ ପାଇଁ ଅଫର୍ ଆସିଛି । ଦେଖିବାକୁ ଗଲେ ଆଦାଙ୍କର ଶର୍ଟ ଫିଲ୍ମରେ ଏହା ଡେବ୍ୟୁ । ଫିଲ୍ମର କାହାଣୀ ଏତେ ଜବରଦସ୍ତ ହୋଇଛି ଯେ ପଢ଼ିବା ମାତ୍ରକେ କାଳବିଳମ୍ବ ନ କରି ସେ ହଁ ଭରିଛନ୍ତି । ଆଦାଙ୍କ ଅନୁସାରେ, ଅଭିନୟର ପ୍ରକୃତ ଅର୍ଥ କିଏ କ’ଣ ବୁଝିଛି ସେ ଜାଣିନାହାନ୍ତି । କିନ୍ତୁ ସେ ଏତିକି ଜାଣନ୍ତି ଫିଲ୍ମର ସ୍କ୍ରିପ୍ଟ ଏମିତି ହେବା ଦରକାର ଯାହାର ଶୁଟିଂ ପରେ ରାତିରେ ସେ ଶାନ୍ତିରେ ଶୋଇପାରୁଥିବେ । ଅର୍ଥାତ୍ ଟେନ୍ସନ୍ ଫ୍ରି । ଏଭଳି ଭାବନାରେ ତାଙ୍କୁ ସବୁଠୁ ଅଧିକ ଖୁସି ଆଣିଦେଇଛି ‘ମୋହ’ । ‘୧୯୨୦’, ‘ହାର୍ଟଆଟାକ୍’, ‘କମାଣ୍ଡୋ-୩’, ‘ଚାର୍ଲିଚାପ୍ଲିନ୍୨’ ଏବଂ ‘ସୋଲ୍ମେଟ୍’ ଆଦିରେ ଆଦାଙ୍କ ଅଭିନୟ ବେଶ୍ ଦମ୍ଦାର୍ ହୋଇଛି