କାମ ଲାଳସାରେ ଜଙ୍ଘ ଆଉ ପିଠିରେ ହାତ ମାରୁଥିଲେ ,ଶାରୀରିକ ସଂପର୍କ ଲାଗି ଡାକିଥିଲେ ପ୍ରଡ୍ୟୁସର ଓ ଡାଇରେକ୍ଟର -ଶମ୍ମା

ମୁମ୍ବାଇ : ମି ଠୁ ଅଭିଯାନ କୁ ନେଇ ସାରା ଦେଶରେ ଚର୍ଚା । ଆଉ ଏହି ଚର୍ଚ୍ଚାରେ ଯୋଡି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ । କ୍ୟାରିୟର ଆରମ୍ଭ ସମୟରେ ଖୁବ ସୁନ୍ଦର ଦେଖାଯାଉଥିଲେ । ବୟସ ଅପେକ୍ଷା ସେ ଅଧିକ ବଡ ଦେଖାଯାଉଥିଲେ,ଏଥିପାଇଁ ଅନେକ ସମୟରେ ନିର୍ଦେଶକ ଓ ପ୍ରଜଯୋକ ତାଙ୍କ ଉପରେ ନଜର ପକାଇଥିଲେ ବୋଲି ସେ କହିଛନ୍ତି

ଆରମ୍ଭ ଦିନଗୁଡିକରେ ସେ କେମିତି ଯୌନ ଶୋଷଣର ଶିକାର ହୋଇଥିଲେ ସେ କଥା ମନେପକାଇ ଆଜି ବି ଶମ୍ମା ଘୃଣା କରୁଛନ୍ତି କିଛି ଲୋକଙ୍କୁ ଜ୍ଝ ପାର୍ଟିକୁ ଗଲାବେଳେ ସୁଟିଂ ସେଟରେ ବିଭିନ୍ନ ଲୋକ ଆସି ତାଙ୍କ ପିଠି ଓ ଜଙ୍ଘରେ ହାତ ମାରି ଚାଲିଯାଉଥିଲେ । ବୟସ ଅଳ୍ପ କାରଣରୁ ପ୍ରଥମେ ପ୍ରଥମେ ଏଭଳି ସ୍ପର୍ଶର ଅର୍ଥ ସେ ବୁଝିପାରୁନଥିଲେ । କିନ୍ତୁ ଧୀରେ ଧୀରେ ଜାଣିଲେ ଯେ, ବିକୃତ ଯୌନ ପିପାସୁଙ୍କର କାମନା ଚରିତାର୍ଥ କରିବା ପାଇଁ ଏହା ଏକ ମାଧ୍ୟମ । କେବଳ ସେତିକି ନୁହେଁ କେହି କେହି ତାଙ୍କୁ ଦ୍ବିଅର୍ଥବୋଧକ କଥା କହନ୍ତି ଜ୍ଝ ପ୍ରଥମେ ପ୍ରଥମେ ସେ ତାହା ଜାଣିପାରୁନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେଭଳି ଲୋକଙ୍କଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିଥିଲେ

ସବୁଠୁ ଆଶ୍ଚର‌୍ୟ୍ୟଜନକ ସ୍ଥିତି ଉପୁଜିଥିଲା ଯେତେବେଳେ ଜଣେ ପ୍ରଯୋଜକ ଶମ୍ମାଙ୍କୁ କହିଥିଲେ ଯେ, ଶମ୍ମାଙ୍କ ଚେହେରା ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଚେହେରା ସହ ସାମଞ୍ଜସ୍ୟ ରହିଛି । ତେଣୁ ଧୀରେ ଧୀରେ ଶମ୍ମାଙ୍କ ଚେହେରାକୁ ସେ ଭଲପାଇ ବସିଲେଣି । ଶମ୍ମାଙ୍କୁ ସମ୍ପୃକ୍ତ ପ୍ରଯୋଜକ ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ନିବେଦନ କରିଥିଲେ । ଶମ୍ମା ଏଥିରେ ଅସହମତ ହେବାରୁ ପ୍ରଯୋଜକ ତାଙ୍କୁ ବିଜ୍ଞାପନ ଫିଲ୍ମରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି ।
ଶମ୍ମା ଯେତେବେଳେ ଇଣ୍ଡଷ୍ଟ୍ରିର ଯୌନ ପିପାସୁଙ୍କ ଆଦବା କାଇବ ବୁଝିଗଲେ ସେତେବେଳେ ବିଭିନ୍ନ ଲୋକଙ୍କ ଛୁଇଁବା ଅଯଥା କଥାବାର୍ତା କରିବାକୁ ବିରୋଧ କରିବା ଆରମ୍ଭ କରିଥିଲେ । କିନ୍ତୁ ଜଣେ ଅଭିଜ୍ଞ କେଶ ପ୍ରସାଧିକା ତାଙ୍କୁ କହିଥିଲେ ଯେ, ଇଣ୍ଡଷ୍ଟ୍ରିରେ ଯଦି ରହିବାର ଅଛି ତାହେଲେ ଏତେ ନଖରାମି ଦେଖାଇଲେ ଚାଲିବ ନାହିଁ । ତାଙ୍କୁ ବିଲକୁଲ କାମ ମିଳିବନି  ।  ନିଜ କ୍ୟାରିଅର ଭିତରେ ଏମିତି ଘଟଣା ଅନେକ ଘଟିଛି ଜ୍ଝ ଅନେକଥର କଂପରମାଇଜ ନକରିବା କାରଣରୁ ତାଙ୍କୁ ବଡ ବଡ ପ୍ରୋଜେକ୍ଟ ହାତଛଡା କରିବାକୁ ପଡିଛି ବୋଲି ଶମ୍ମା କହିଛନ୍ତି ।