ସଡକ ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ଆହତ

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଶବାନା ଆଜମୀ । ମହାରାଷ୍ଟ୍ରର ବମ୍ବେ-ପୁନେ ହାଇୱେରେ ଏକ ଟ୍ରକ ସହ ତାଙ୍କ କାରର ଧକ୍କା ହୋଇଛି । ଏ ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ବମ୍ବେ-ପୁନେ ହାଇୱେରେ ଆସିବା ସମୟରେ ଗୋଟିଏ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ସମୟରେ ସ୍ବାମୀ ଜାଭେଦ ଅଖତର୍, ଶବାନାଙ୍କ ସହ ଉପସ୍ଥିତ ଥିଲେ। ଶୁକ୍ରବାର ମୁମ୍ବାଇରେ ଶବନା ଆଜମୀ ନିଜ ପତିଙ୍କ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ।