ଦେହର ସବୁ ଦେଖାଯାଉଛି ଡ୍ରେସ ବଦଳାଅ, କଣ ଦେଖି ପରିନୀତିଙ୍କୁ ଏମିତି ଆଡଭାଇସ ଦେଲେ ଫ୍ୟାନ,ଆପଣ ଦେଖନ୍ତୁ

ମୁମ୍ବାଇ : ପରିନୀତି ତୁମ ଡ୍ରେସରେ ସବୁ ଦେଖା ଯାଉଛି ଡ୍ରେସ ଚାଙ୍ଗା କର । ସୋସିଆଲ ମିଡିଆରେ ଫ୍ୟାନଙ୍କ ଏମିତି କିଛି ଆଡଭାଇସ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କୁ ଚର୍ଚ୍ଚାକୁ ଆଣିଛି । ଏହି ଲେଖା ଉପରେ ଏମିତି କିଛି ଫଟୋ ରହିଛି ଯେଉଁଥିଲେ ପରିନୀତି ବୋଲ୍ଡ ନଜର ଆସୁଛନ୍ତି । ତାଙ୍କ ଡ୍ରେସକୋର୍ଡକୁ ଦେଖି ଏମିତି କିଛି ମନ୍ତବ୍ୟ ଲେଖିଛନ୍ତି ଦର୍ଶକ । ଶୁକ୍ରବାର ପରିନୀତି ତାଙ୍କ ଆଗାମୀ ଫିଲ୍ମୀ ନମସ୍ତେ ଇଂଲଣ୍ଡର ପ୍ରମୋସନ ଲାଗି ପିନ୍ଧି ଯାଇଥିବା ଡ୍ରେସକୁ ନେଇ ଏମିତି ସୋସିଆଲ ମିଡିଆରେ ଡ୍ରୋଲ ହୋଇଛନ୍ତି ପରିନୀତି ।

ଶୁକ୍ରବାର ପରିନୀତି ତାଙ୍କ ଆଗାମୀ ଫିଲ୍ମ୍‌ର ପ୍ରମୋଶନ୍ ଉତ୍ସବକୁ ଯେଉଁଭଳି ଭଙ୍ଗୀରେ ଏକ ଟାଇଟ୍‌ ପୋଷାକ ପିନ୍ଧି ଆସିଥିଲେ, ତାକୁ ସୋଶାଲ୍‌ ମିଡିଆରେ ଅନେକ ନାପସନ୍ଦ କରିବା ସହ ପରିନୀତିଙ୍କ ଉଦ୍ଦେଶ୍ୟରେ ବିଦ୍ରୁପାତ୍ମକ ଟିପ୍ପଣୀ ମଧ୍ୟ ଦେଇଛନ୍ତି।

ଅର୍ଜୁନ କପୁର୍‌ ଓ ପରିନୀତି ଅଭିନୀତ ବଲିଉଡ୍ ମୁଭି ‘ନମସ୍ତେ ଇଂଲଣ୍ଡ୍‌’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଶୁକ୍ରବାର ଫିଲ୍ମ୍‌ର ପ୍ରୋମୋସନ୍‌ ପାଇଁ ପରିନୀତି ଅର୍ଜୁନ୍‌ଙ୍କ ସହିତ ଫୋଟୋ ପାଇଁ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥିଲା। ‘ନମସ୍ତେ ଇଂଲଣ୍ଡ୍‌’ ପ୍ରୋମୋସନ୍‌କୁ ସେ ଏକ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧି ଆସିଥିଲେ। ଡ୍ରେସ୍‌ଟି ବେକରୁ କଟା ଥିବାବେଳେ ସଙ୍ଗେ ସଙ୍ଗେ ତାହା ତାଙ୍କ ଶରୀରରେ ସଂପୂର୍ଣ୍ଣ ଚିପି ହୋଇ ରହିଥିଲା। ଏହି ଫୋଟୋସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ୍‌ମାନେ ପରିନୀତିଙ୍କ ଉଦ୍ଦେଶ୍ୟରେ କଡା କମେଣ୍ଟ୍‌ ଦେଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ଏପରି ଡ୍ରେସ୍‌ ପିନ୍ଧିବାର ଆବଶ୍ୟକତା କ’ଣ ଥିଲା, ଯଦି ସେଥିରେ ତୁମେ ଆରାମ ଅନୁଭବ କରୁନାହଁ କିନ୍ତୁ ଏହାକୁ ଫ୍ୟାଶନ୍ କହୁଛ।” ଆଉ କେହି ୟୁଜର୍ସ୍‌ ପରିନୀତିଙ୍କୁ, ‘ପୁଣି ଆସିଗଲା ମୋଟି’ ଏବଂ ‘ଗୋଡ଼ ମୋଟା ଦେଖାଯାଉଛି’ ବୋଲି କହିଛନ୍ତି। ଅନ୍ୟ ଜଣେ ୟୁଜର୍ସ୍ କହିଛନ୍ତି, “ଏ ଯୁଗରେ, ଏମିତି ଟାଇଟ୍‌ ଡ୍ରେସ୍‌ କିଏ ପିନ୍ଧୁଛନ୍ତି? ଏମିତି ଡ୍ରେସ୍‌ କେବଳ ଅତୀତରେ ହିଁ ପିନ୍ଧା ଯାଉଥିଲା।”

ସେହିପରି ଅନ୍ୟ ଜଣେ ଯୁଜର୍ସ କହିଛନ୍ତି, “ନା ଟ୍ୟାଲେଣ୍ଟ୍‌ ନା ଫିଗର୍‌, ଇଏ କେବଳ ବାପା ଏବଂ ଭଉଣୀଙ୍କ ନାଁ ନେଇ ବଞ୍ଚିଛନ୍ତି।” କେହି ଜଣେ ଯୁଜର୍ସ୍ ଟିପ୍ପଣୀ ଦେଇଛନ୍ତି ଯେ ଏପରି ଡ୍ରେସ୍‌ ପିନ୍ଧି ପରିନୀତି କିପରି ବିନା କୌଣସି ଲଜ୍ଜାରେ କ୍ୟାମେରାକୁ ସାମ୍ନା କରିଛନ୍ତି। ଜଣେ ଯୁଜର୍ସ୍ କହିଛନ୍ତି, ‘ୟା ସହିତ ବାରମ୍ବାର କିଛି ନା କିଛି ସମସ୍ୟା ହେବାରେ ଲାଗିଛି’। ‘ନମସ୍ତେ ଇଂଲଣ୍ଡ’ ଫିଲ୍ମଟି ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା ଅଭିନୀତ ‘ନମସ୍ତେ ଲଣ୍ଡନ୍‌’ର ସିକ୍ୱେଲ୍‌। ଏହା ଅକ୍ଟୋବର ୧୯ରେ ରିଲିଜ୍‌ ହେବ।