ଓଲିଉଡ ହିରୋ ସବ୍ୟସାଚୀଙ୍କୁ ହତ୍ୟା ଧମକ!

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବେ ଚର୍ଚ୍ଚାରେ । ଆର୍ଟିକଲ ୩୭୦ ହଟିବା ନିଷ୍ପତ୍ତିରେ ନିଜ ଖୁସି ସୋସିଆଲ ମିଡିଆରେ ଜାହିର କରିଥିଲେ ସବ୍ୟସାଚୀ । ଗତକାଲି ରାଜ୍ୟସଭାରେ ପାରିତ ହୋଇଥିଲା ଆର୍ଟିକଲ ୩୭୦ । ଯାହାକୁ ନେଇ ପୁରା ଦେଶରେ ଦେଖାଯାଇଥିଲା ଖୁସିର ଲହରୀ । ସେପଟେ ଏହି ଖୁସିରୁ ବାଦ ପଡିନଥିଲେ ସବ୍ୟସାଚୀ । ସେ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କ ସହ ଖୁସି ଜାହିର କରିଥିଲେ । କିନ୍ତୁ ଯେଉଁଠାରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ପୋଷ୍ଟ ଭଲ ଲାଗିଥିଲା, ସେହିଠାରେ କିଛି ୟୁଜର୍ସକୁ ଏହା ଆଦୌ ପସନ୍ଦ ଆସିନଥିଲା । ତାଙ୍କୁ ଟ୍ରୋଲ କରିବା ସହ ଅନେକ ଧମକପୂର୍ଣ୍ଣ ମେସେଜ କରାଯାଇଥିଲା ଏହି ଫେକ ଆକାଉଣ୍ଟରୁ । ଖାଲି ଏତିକି ନୁହେଁ ଏହି କମେଣ୍ଟରେ ତାଙ୍କୁ ଜୀବନରୁ ମାରିଦେବାର ମଧ୍ୟ ଧମକ ମିଳିଛି । ତାନେଇ ମଙ୍ଗଳବାର ସବ୍ୟସାଚୀ ଭୁବନେଶ୍ୱର ଡିସିପିଙ୍କ ଦ୍ବାରସ୍ତ ହୋଇଛନ୍ତି ।