ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋିଷି କପୁର ପୁଣି ଅସୁସ୍ଥ । ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଛି । ପ୍ରଦୂଷଣ କାରଣରୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।
ପ୍ରକାଶଥାଉକି, ଗତ ବର୍ଷ କ୍ୟାନ୍ସରରୁ ସୁସ୍ଥ ହୋଇ ଋିଷି କପୁର ଭାରତ ଫେରିଥିଲେ । ତାଙ୍କ ଚିକିତ୍ସା ନ୍ୟୁୟର୍କରେ ଚାଲିଥିଲା । ଋିଷି କପୁର ବର୍ତ୍ତମାନ ଶାରୀରିକ ଭାବେ ଦୁର୍ବଳ ଅଛନ୍ତି ଏହି ସମୟରେ ଦିଲ୍ଲୀର ପ୍ରଦୂଷଣ କାରଣରୁ ତାଙ୍କ ଦେହ ଆହୁରି ଅସୁସ୍ଥ ହୋଇଯାଉଛି । ତେବେ ପିତାଙ୍କ ଅସୁସ୍ଥତା ଖବର ପାଇଁ ରଣବୀର କପୁର ଓ ଆଲିଆ ଭଟ୍ଟ ଡାକ୍ତରଖାନାରେ ପହଂଚିଥିଲେ ।