ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରିୟା ପ୍ରକାଶଙ୍କ ଫଟୋ

ମୁମ୍ବାଇ: ଆଖିମରା ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କର ପୁଣି ଏକ ଫଟୋ ଭାଇରାଲ ହୋଇଛି । ପ୍ରିୟାଙ୍କ ଏହି ଭାଇରାଲ ଫଟୋକୁ ବଲିଉଡ କାହିଁକି ପ୍ରିୟାଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଲାଗି ରହିଛି । ଇଣ୍ଟରନେଟ କୁଇନର ଆଖ୍ୟା ପାଇଥିବା ପ୍ରିୟାଙ୍କ ଫିଲ୍ମି ରିଲିଜ ଆଗରୁ ଏପରି ଫଟୋ ଭାଇରାଲ ହେବା ତାଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି ।  ପ୍ରିୟା ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କ ପିଲାଦିନର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ  ଖରାପ ନଜରରୁ ବଞ୍ଚିବା ପାଇଁ ଗାଲରେ ଏକ କଳା ଟିକା ଲଗାଇଛନ୍ତି।  ସେଥିରେ ସେ ଖୁବ୍‌ କ୍ୟୁଟ୍‌ ଲାଗୁଛନ୍ତି। ପ୍ରିୟା ନିଜ ପିଲାଦିନର ଏହି ଫଟୋକୁ ଅପଲୋଡ଼୍‌ କରିବା ପରେ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି।  ଫ୍ୟାନ୍‌ମାନେ ତାଙ୍କ ଫଟୋରେ କ୍ୟୁଟ୍‌, ସୁଇଟ୍‌, ଲିଟିଲ୍‌ ଏଞ୍ଜେଲ ଭଳି କମେଣ୍ଟ ଦେଇଛନ୍ତି। ଟୋରେ ପ୍ରିୟାଙ୍କ ହେୟାର ଷ୍ଟାଇଲ୍‌ ‘ବୟ କଟ୍‌’ ଲୁକ୍‌ରେ ନଜର ଆସିଛନ୍ତି।  ଏହାକୁ ଶେୟାର କରି ପ୍ରିୟା ଲେଖିଛନ୍ତି ଯେ ‘ପିଲାଦିନରୁ ବି ତାଙ୍କୁ ପୋଜ୍‌ ଦେବା ଆସେ’। କିଛି ମାସ ପୂର୍ବରୁ  ପ୍ରିୟା ପ୍ରକାଶଙ୍କର ଏକ ଗୀତ ‘ଔର ଅଦାର ଲଭ୍‌’ ଭାଇରାଲ ହେବା ପରେ ସେ ଇଣ୍ଟରନେଟ୍‌ର କୁଇନ୍‌ ପାଲଟିଛନ୍ତି। ଆଉ ତାଙ୍କ ଫଲୋଅର୍ସ ସଂଖ୍ୟା ୬୦ ଲକ୍ଷ ପାର ହୋଇ ସାରିଲାଣି। ପ୍ରିୟା ପ୍ରକାଶଙ୍କ ମାଲୟାଲମ୍‌ ଫିଲ୍ମ ‘ଔର ଅଦାର ଲଭ୍‌’ ଡିସେମ୍ବରରେ ରିଲିଜ୍‌ ହେବ।