ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୩୬ ବର୍ଷୀୟ ହର୍ଷବର୍ଦ୍ଧନେ ନିଜେ ଟୁଇଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି।

ହର୍ଷବର୍ଦ୍ଧନ କହିଛନ୍ତି, ‘ଯେତେବେଳେ ଜ୍ୱର ଓ ପେଟ ଦରଜ ହେଲା ଡାକ୍ତରଙ୍କ ପରାମର୍ଶ ପାଇଁ ହସ୍ପିଟାଲ ଯାଇଥିଲି। ସେଠାରେ ଡାକ୍ତର କହିଥିଲେ, ଏହା ସାଧାରଣ ଭାଇରାଲ ଲକ୍ଷଣ ହୋଇପାରେ। କାରଣ ମୋର ଫୁସଫୁସ ସମ୍ପୂର୍ଣ୍ଣ ଭଲ ଥିଲା ଏବଂ ଅନ୍ୟ କୌଣସି ଲକ୍ଷ୍ୟଣ ଦେଖାଯାଇ ନ ଥିଲା। ଆରୋଗ୍ୟ ସେତୁ ଆପ୍‌ ଅନୁଯାୟୀ ମୁଁ ବର୍ତ୍ତମାନ କୋଭିଡ୍‌-୧୯ ସଂକ୍ରମିତ ହୋଇଛି। ତେଣୁ ବର୍ତ୍ତମାନ ୧୦ ଦିନ ମୁଁ ଅଲଗା ରହିବି।’ ଏଥିସହିତ ରାଣେ କହିଛନ୍ତି, ଏକ ଭଲ ଖବର ଓ ଉତ୍ତମ ସ୍ୱାସ୍ଥ୍ୟ ସହିତ ମୁଁ ସମସ୍ତଙ୍କୁ ଭେଟିବି।