କନ୍ଧମାଳ: ସୋମବାର ମଧ୍ୟାହ୍ନରେ କନ୍ଧମାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମାଜିକୁଦା ଛକରୁ ସମର୍ଥକ ଓ ବିଜେଡି କର୍ମୀମାନଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି ଶ୍ରୀ ସାମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ନିକଟରେ ୩ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।