ACF ସୌମ୍ୟରଞ୍ଜନଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ୯୫% ପୋଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ

ଭୁବନେଶ୍ୱର : ACF ସୌମ୍ୟରଞ୍ଜନଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମର ୬ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି । ସୌମ୍ୟଙ୍କ ୯୫% ପୋଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପାକସ୍ଥଳି ଖାଲିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ମୃତଦେହରେ କିରାସିନି ଗନ୍ଧ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେପଟେ ଘଟଣାକୁ ନେଇ ସୌମ୍ୟଙ୍କ ଭାଇ ପ୍ରତିକ୍ରିୟା ରଖିଛନ୍ତି ।

ତଦନ୍ତ ଉପରେ ସେ ସନ୍ତୁଷ୍ଟ ନଥିବା ସେ କହିଛନ୍ତି । ବିଦ୍ୟାଙ୍କୁ ପୋଲିସ ଗିରଫ କଲେ ସତ୍ୟାସତ୍ୟ ଜଣାପଡିବ ।ଗୋଟିଏ ଘରେ ୨ଜଣ ଥିଲେ ଜଣେ କେମିତି ପୋଡିଗଲେ ? ଅନ୍ୟ ଜଣଙ୍କ କିପରି କୌଣସି କ୍ଷତି ହେଲାନି ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ଭାଇ । ତଦନ୍ତ ଠିକ ଭାବରେ ଚାଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବେ ବୋଲି ସେ କହିଛନ୍ତି ।