ବାହାଘର ଶୋଭାଯାତ୍ରା ଭିତରକୁ ମାଡି ଆସିଲା ଟ୍ରକ୍ : ୧୩ ମୃତ, ୧୫ ଆହତ

ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ବରଯାତ୍ରୀ ଯାଉଥିବା ସମୟରେ ସେହି ଭିତରକୁ ଏକ ଟ୍ରକ୍ ମାଡିଆସିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁର ଠାରୁ ୪୧୭ କିଲୋମିଟର ଦୂର ଅମ୍ବାୱାଲି ଗାଁରେ ପ୍ରତାପଗଡ଼-ଜୟପୁର ରାଜପଥରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାସ୍ତାକଡ଼ରେ ରହୁଥିବା ଲୋକେ ବି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍ ଯିବା ବାଟରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବରଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ରବିବାର ରାତିରେ ବିହାରର ଅଶୋକନଗର ଜିଲ୍ଲାରେ ଏକ ଟ୍ରକ୍ ଏକ ଟ୍ୟାକ୍ସିକୁ ଧକ୍କା ଦେବାରୁ ଛଅ ଜଣଙ୍କ ମୃତ୍ୟୁ ଘଟିଥିଲା।