ଭୋଜି ସାରି ଘରକୁ ଫେରୁଥିଲେ ,ବାଇକ ଉପରେ ମାଡିଗଲା ହାଇଓ୍ଵା ୩ ମୃତ

ବରଗଡ : ବରଗଡ ଜିଲ୍ଲା ପଦ୍ନପୁରରେ ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଛି । ଏକ ହାଇଓା ଧକ୍କାରେ ୩ ଜଣ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ପଦ୍ମପୁର- ପାଇକମାଳ ରାସ୍ତାରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା । ସ୍ଥାନୀୟ ସିଂଘନପୁର ଗାଁର ୩ ଜଣ ବାଇକ ଆରୋହୀ ଯାଉଥିବାବେଲେ ହାଇଓା ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଜମଙ୍କର ମୃତ୍ୟୁ ଘଟିଛି । ସିଂଘନପୁର ଗାଁର ମୀନକେତନ ଖର୍ସେଲ, ରାଜେନ୍ଦ୍ର ବରିଆ ଓ ମାଧବ କମ୍‌ଲିଆ ଏକ ବାଇକ୍‌ରେ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିଲେ। ତେବେ ପଦ୍ମପୁର-ପାଇକମାଳ ରାସ୍ତାର ଗୋଇବାହାଲି ନିକଟରେ ସମ୍ମୁଖରେ ଆସୁଥିବା ଏକ ହାଇୱାକୁ ଧକ୍କା ଦେଇ ତିନି ସାଙ୍ଗ ତଳେ ପଡ଼ିଯାଇଥିଲେ। ହାଇୱାଟି ସେମାନଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

(ସାଙ୍କେତିକ ଫଟୋ )