ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣା ଗ୍ରସ୍ତ; ୧ମୃତ ୧୦ରୁ ଅଧିକ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡି ନିକଟରେ ବିଳମ୍ବିତ ରାତିରେ ଗୋଟିଏ ଯାତ୍ରୀବାହୀ ବସ, ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଅହତ ହୋଇଥିବା ସୁଚନା ମିଳିଛି।

ସୂଚନାନୁଯାଇ, ପଣ୍ଡିଚେରୀ ପ୍ରବାସୀମାନଙ୍କୁ ନେଇ ପାଟନା ଅଭିମୁଖେ ଯାଉଥିବା ଏକ ଘୋରେଇ ବସ ଝାମୁଝାଡି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ତେବେ ୩ ଗୁରତରଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଏହାସହ ଅନ୍ୟ ଆହତମାନଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।