ଆସାମରେ ବସ-ମିନିବସ ମୁହାଁମୁହିଁ; ୧୦ ମୃତ, ୪୦ ଆହତ

ଦିବୃଗଡ:ଆସାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ ଓ ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।

ସୂଚନାନୁସାରେ, ଆସାମର ଶିବସାଗର ଜିଲ୍ଲା ଦେଇ ଯାଇଥିବା ଏନଏଚ ୩୭ରେ ଆଜି ସକାଳେ ଏକ ବସ୍ ଯାଉଥିଲା । ସେହି ସମୟରେ ଏକ ମିନି ବସକୁ ଏହା ଧକ୍କା ଦେଇଥିଲା । ମିନବସଟି ଗୋଲାଘାଟରୁ ଦିବ୍ରୁଗଡ ଅଭିମୁଖେ ଯାଉଥିଲା । ଫଳରେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଜଣଙ୍କର ଜୀବନ ଯାଇଛି । ଏହାସହ ପ୍ରାୟ ୪୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏବେ ମଧ୍ୟ ବସ ମଧ୍ୟରୁ ମୃତକଙ୍କ ଶବ ଉଦ୍ଧାର କରାଯାଉଛି । ଆହତଙ୍କୁ ଦିବୃଗଡସ୍ଥିତ ଆସାମ ମେଡିକାଲ କଲେଜରେ ଭର୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।