ନେପାଳ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ

ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ ଭୁବନେଶ୍ବର : ନେପାଳ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ । ମୃତକ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗାଁର ବିଜୟ ଜେନା । ଅନ୍ୟ...

ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ

ଭୁବନେଶ୍ବର : ନେପାଳ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ । ମୃତକ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗାଁର ବିଜୟ ଜେନା । ଅନ୍ୟ ଜଣେ ହେଉଛନ୍ତି ଖୋର୍ଦ୍ଧା ମଳିପଡା ଗାଁର ଚରଣ ବିଶ୍ବାଳ । ଡେଲାଙ୍ଗ ଅଞ୍ଚଳର ବିଜୟ ବିଶ୍ବାଳଙ୍କ ନେତୃତ୍ବରେ ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ । କାଠମାଣ୍ଡୁରେ ବୁଲୁଥିବା ବେଳେ ଗୋଟିଏ ସ୍ଥାନରେ ସମସ୍ତେ ଓହ୍ଲାଇଥିଲେ । ବସ୍ଟି ଛିଡା ହୋଇଥିବା ବେଳେ ତା ସମ୍ମୁଖରେ କିଛି ଲୋକ ଛିଡା ହୋଇଥିଲା । ଏହି ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Spread the love
Categories
ଦେଶ-ବିଦେଶ

RELATED BY