ମହାରାଷ୍ଟ୍ରରେ ସଡକ ଦୁର୍ଘଟଣା: ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଧୂଲେର ବିଂଛୁରରେ ଏକ ପୋଲ ଉପରୁ ପିକଅପ ଭ୍ୟାନ ନଦୀ ଗର୍ଭକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି | ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଶିରିର ଅଞ୍ଚଳରୁ ବିଂଛୁର ଯାଉଥିବା ଏକ ପିକଅପ ଭ୍ୟାନ ବରି ନଦୀ ମଧ୍ୟକୁ ଭାରସାମ୍ୟ ହରାଇ ଓଲଟିପଡିଥିଲା | ଗୁରୁତର ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ବୈଦେକୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ପୂର୍ବରୁ ପିକଅପ ଭ୍ୟାନ ଦ୍ରୁତ ଗତିରେ ଯାଉଥିଲା ଏବଂ ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇଥିଲେ | ଦୁର୍ଘଟଣା ସୂଚନା ମିଳିବା ପରେ ପୁଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ |

ମୃତକମାନେ ମଧ୍ୟପ୍ରଦେଶର ବଡ଼ବାଣି ଗ୍ରାମର ବୋଲି ଜଣାପଡିଛି | ମୃତକମାନେ ବିଂଛୁର ଅଂଚଳକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ | ତେବେ ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ଥିବାର ଜଣା ପଡିଛି |