କାଞ୍ଜିପାଣି ଘାଟିରେ ଓଲଟିଲା ବସ, ୧୫ ଗୁରୁତର

କେନ୍ଦୁଝର:କେନ୍ଦୁଝର ଜିଲ୍ଲା କାଞ୍ଜିପାଣି-କନ୍ତଳା ରାସ୍ତାରେ ଥିବା କାଞ୍ଜିପାଣି ଘାଟିରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି । ଫଳରେ ଏଥିରେ ଥିବା ପ୍ରାୟ ୧୫ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୬ଜଣ ଶିଶୁ ମଧ୍ୟ ରହିଛନ୍ତି ।

ସୂଚନାନୁସାରେ, ଆଜି ଦିନ ପ୍ରାୟ ୩ଟା ବେଳେ ଶ୍ରୀଜଗନ୍ନାଥ ନାମକ ଏକ ବସ ରାଇସୁଆଁ ମନହରପୁର ଗ୍ରାମରୁ କତରାପାଲିକ ଅଭିମୁଖେ ଯାଉଥିଲା । ଏଥିରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ । ସମସ୍ତେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । କିନ୍ତୁ ବସଟି କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇଥିଲା । ଫଳରେ ଏହା ଓଲଟି ପଡିଥିଲା । ଯଦ୍ୱାରା ଏଥିରେ ଥିବା ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୬ଜଣ ଶିଶୁ ରହିଛନ୍ତି ।  ତେବେ ଡ୍ରାଇଭରଙ୍କ ବେପାରୁଆ ଚାଳନା ହେତୁ ଏପରି ଘଟିଥିବା କୁହାଯାଉଛି ।