ବିହାରରେ ଜଳିଗଲା ବସ: ୭ ମୃତ

ପାଟନା: ବିହାରର ପୂର୍ଣ୍ଣିମାରେ ଏକ ଯାତ୍ରୀବାହୀ ବସ ଜଳିଯାଇଛି । ଫଳରେ ୧୨ରୁ ଅଧିକ ଯାତ୍ରୀ ଜଳି ଯାଇଥିବା ଜଣାପଡିଛି । ଏହି ଅଘଟଣରେ ୭ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାନେଇ ଆଶଙ୍କା ରହିଛି । ବସଟି ମୁଜାଫରପୁରରୁ ସିଲିଗୁଡି ଯାଉଥିଲା ।

ଅଘଟଣରେ ଆଗତ ହୋଇଥିବା ବ୍ୟକ୍ତିଙ୍କୁ ସଦର ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନାନୁସାରେ, ବିହାରର ପୂର୍ଣ୍ଣିମା ବସଷ୍ଟାଣ୍ଡ ନିକଟରେ ଏକ ଡିଭାଇଡରରେ ପିଟିହେବା ଫଳରେ ବସରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ବସରେ ପ୍ରାୟ ୪୫ଜଣ ଯାତ୍ରୀ ଥିଲେ ।  ତେବେ ୭ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି । ଏହା ବ୍ୟତୀତ ୨୦ରୁ ୨୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତି କରାଯାଇଛି ।

ଏହି ଦୁର୍ଘଟଣା ସହାୟକ ଖଂଜାଚି ଥାନା ନିକଟରେ ଥିବା ବସ ଷ୍ଟାଣ୍ଡରେ ହୋଇଛି । ପୋଲିସର କହିବାନୁସାରେ, ବସଟି ଡିଭାଇଡରରେ ପିଟିହେବା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ନ୍ୟାୟ ଟ୍ରାଭେଲ୍ସର ଏହି ବସଟି ମୁଜଫରପୁରରୁ ସିଲିଗୁଜି ଯାଉଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।