ଓଲଟିଲା ପିକଅପ୍ ଭ୍ୟାନ: ୩ ମୃତ, ୯ ଆହତ

ବ୍ରହ୍ମପୁର: ଗଞ୍ଜାମର ଜିଲ୍ଲାରେ ଆଜି ସକାଳୁ ଏକ ପିକଅପ୍ ଭ୍ୟାନ୍ ଓଲଟିପଡିବାରୁ ୩ଜଣ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ୯ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ଆଜି ସକାଳୁ କିଛି ଶ୍ରମିକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧର ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସେମାନେ ଯାଉଥିବା ଗାଡିଟି ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ହଠାତ୍ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତି କରାଯାଇଛି।

୩ ମୃତ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ରମ୍ଭା ଥାନା ଡିଆଁଡେଇଁ ଗ୍ରାମରେ ବୋଲି ଜଣାପଡିଛି। ସେଦୁହେଁ ହେଲେ ଶରତ ଚନ୍ଦ୍ର ନାହାକ ଓ ସୁପ୍ରସନ୍ନ ନାହାକ। ଅନ୍ୟଜଣକ ହେଲେ ବି ନୂଆଗାଁର କବି ନାହାକ ବୋଲି ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।