ବସ ଓଲଟି ୧୫ ତୀର୍ଥଯାତ୍ରୀ ଆହତ

ସୋର : ବାଲେଶ୍ବର ଜିଲାର ୧୬ ନଂ ଜାତୀୟ ରାଜପଥରେ ଏକ ବସ ଓଲଟିଲା ୧୫ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଏହାସହ ବସରେ ଥିବା ଅନ୍ୟ ୪୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରପାଇ ସୋର ପୁଲିସ ଉଦ୍ଧାର କରି ଆହତ ଯାତ୍ରୀଙ୍କୁ ସୋର ଡାକ୍ତରଖାନା ପଠାଇଥିଲା। ପରେ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା।

ସୂଚନାଯୋଗ୍ୟ ଯେ, ଗୁଜୁରାଟ ସୁନ୍ଦରନଗରରୁ ପ୍ରଧାନ ଏଣ୍ଡ ପ୍ରଧାନ ନାମକ ଏକ ବସ ତୀର୍ଥଯାତ୍ରୀ ପୁରୀରୁ ପଶ୍ଚିମବଙ୍ଗ ଗଙ୍ଗାସାଗର ଯାଉଥିଲା। ସେହି ସମୟରେ ବାଲେଶ୍ୱର ଜିଲା ସୋର ଥାନା ଦହିସଡା ଛଅପୋଲିଆ ଠାରେ ରାଜପଥ କଡରେ ଛିଡା ହୋଇଥିବା ଗ୍ୟାସ ବୋଝେଇ ଟ୍ରକକୁ ତୀର୍ଥଯାତ୍ରୀ ବସ ପଛ ପଟୁ ପିଟିଥିଲା । ବସରେ ଥିବା ୬୦ ଯାତ୍ରୀଙ୍କ ମଧ୍ୟରୁ ୧୫ ତୀର୍ଥଯାତ୍ରୀ ଆହତ ହୋଇଥିଲେ।