ବସ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର : ସୋର ଥାନା ଠାରୁ ପ୍ରାୟ ୫ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଦୁର୍ଘଟଣା ସତ୍ତ୍ବେ ସେଥିରେ ଥିବା ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଠାରେ ଭୁବନେଶ୍ୱରରୁ ଜଳେଶ୍ଵର ଯାଉଥିଲା। ସେହି ସମୟରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଛିଡ଼ା ହୋଇଥିଲା। ବସଟି ପଛରୁ ଏକ ଟ୍ରକ ପିଟିବାରୁ ବସଟି ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିଯାଇଥିଲା। ଫଳରେ ବସରେ ଥିବା ୫୦ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।