ଜିପ୍‍ ଓଲଟି ୫ ମୃତ, ୫ ଆହତ

ମାଣ୍ଡି : ହିମାଳଚ ପ୍ରଦେଶର ମାଣ୍ଡି ଜିଲାସ୍ଥିତ ପଧାର ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଜିପ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ଜିପ୍‍ଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଭୀର ଖାତ ମଧ୍ୟକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।