ବସ୍‌ ଧକ୍କାରେରେ ବାଇକ୍‌ ଆରୋହୀ ମୃତ:ରାସ୍ତାରୋକ

ମାଲକାନଗିରି: ମାଲକାନଗିରିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଜିଲ୍ଳାର କୋତାମେଟା ଗ୍ରାମ ନିକଟରେ ସକାଳ ପ୍ରାୟ ୮.୧୦ ସମୟରେ କଟକରୁ ମାଲକାନଗିରି ଫେରୁଥିବା ନିଳକଣ୍ଠ ବସ୍‌ ସହ ଏକ ବାଇକ୍‌ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ବାଇକ ଆରୋହୀ ଜଣକ ହେଉଛନ୍ତି ଡମ୍ଭୁର ବାଙ୍କିଆ। ଏହି ଦୁର୍ଘଟଣାରେ ଡମ୍ଭୁରଙ୍କ ମୃତ୍ୟୁ ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ବସ୍‌ଟିକୁ ଅଟକାଇ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ବନ୍ଦ ହୋଇଥିବା କାରଣରୁ କଟକ ଓ ଭୁବନେଶ୍ୱରରୁ ଆସୁଥିବା ବିଭିନ୍ନ ବସ୍‌ ଅଧାବାଟର ଅଟକି ରହିଛନ୍ତି। ରାସ୍ତା ରୋକ ହେତୁ ବହୁ ସମସ୍ୟାରେ ସାମ୍ନା କରିବାକୁ ପଡୁଛି। ମାଲକାନଗିରି ଜିଲ୍ଳାରେ ଖାଲି ଥିବା ସିଡିଏମ୍‌ଓ, ଓଏଫ୍‌ସି ପଦବୀ ପାଇଁ ଆଜି ସାକ୍ଷାତ୍‌କାର ଥିବା ବେଳେ ବସ୍‌ ଅଟକିଥିବା ହେତୁ ପିଲାମାନେ ଉଚିତ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚିବାରୁ ବଞ୍ଚିିତ ହୋଇଛନ୍ତି।