ବସ୍ ଓଲଟି ୧୦ ଆହତ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳନ୍ଦା ଗାଁ ନିକଟରେ ଏକ ବସ୍‌ ଓଲଟି ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବରଜଦେଉଳିରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ନାମକ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ବସ୍‌ରେ ମୋଟ ୧୫ ଜଣ ଯାତ୍ରୀ ଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିଷ୍ଣୁପୁର ଓ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୀର୍ଘ ସମୟ ପର‌୍ୟ୍ୟନ୍ତ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।