ଏୟାର ଶୋ’ ବେଳେ ଦୁର୍ଘଟଣା:ଜଣେ ପାଇଲଟ୍‌ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଚାଲିଥିବା ଏୟାର ଶୋ’ ସମୟରେ ୟେଲାହାଙ୍କା ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ଟି ସୂର‌୍ୟ୍ୟକିରନ୍‌ ଏୟାରକ୍ରାଫ୍ଟ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମଙ୍ଗଳବାର ଏୟାର ଶୋ’ ଅବସରରରେ ଏହି ଦୁଇ ଏୟାରକ୍ରାଫ୍ଟ ସମନ୍ୱୟ ରକ୍ଷା କରିନପାରି ପରସ୍ପର ମଧ୍ୟରେ ମାଡ଼ ହୋଇଯାଇଥିଲେ। ଅଙ୍ଗଦ ସିଂହ ନାମକ ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ୩ଜଣ ପାଇଲଟ ଏୟାରରେ ଥିଲେ। ସେ ଟ୍ୱିଟ୍‌ କରିଛନ୍ତି, ଦୁର୍ଘଟଣାଗ୍ରସ୍ତ ଗୋଟିଏ ଏୟାରକ୍ରାଫ୍ଟରେ ୨ଟି ଯାକ ସିଟ୍‌ରେ ୨ ଜଣ ପାଇଲଟ୍‌ ଥିଲେ। ୨ ଜଣ ପାଇଲଟ୍‌ ସୁରକ୍ଷିତ ଭାବରେ ପାରାଚ୍ୟୁଟ୍‌ ଯୋଗେ ତଳକୁ ଖସିଆସିଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି।