୨ ଟ୍ରକ ମଧ୍ୟରେ ମୁହାଁମୁହଁ ଧକ୍କା: ୨ ମୃତ

ଯାଜପୁର: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଦୁଇ ଗାଡ଼ିର ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ କଟକ ଆଡ଼ୁ କଲକତା ଆଡ଼କୁ ଯାଉଥିବା ଏହି କଦଳୀ ବୋଝେଇ ଟ୍ରକଟି ଅକସ୍ମାତ ଭାରସାମ୍ୟ ହରାଇ ଫ୍ଲାଏ ଓଭର ଉପରେ ଓଲଟି ପଡ଼ିଥିଲା; ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ ସହ ଗାଡ଼ିଟିର ଧକ୍କା ହୋଇଥିଲା । କଦଳୀ ବୋଝେଇ ଗାଡ଼ିଟି ଆନ୍ଧ୍ରରୁ ରାଂଚି ଯାଉଥିବା ଜଣାପଡ଼ିଛି ।