ଭଦ୍ରକ: ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ର୍ଦୁଘଟଣା । ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୧୨ ଅଧିକ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।
ରାସ୍ତାରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟିଥିଲା ତୀର୍ଥଯାତ୍ରୀ ବସ ।ସୂଚନା ଅନୁଯାୟୀ, ଉତରପ୍ରଦେଶ ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିଲେ ଏହି ତୀର୍ଥଯାତ୍ରୀ । ପୂର୍ବରୁ ରଙ୍ଗ ରୁଟ ରେ ଆସୁଥିବା ଗୋଟିଏ ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ଛିଡା ହୋଇଥିଲା ।
ତେବେ ଟୁରିଷ୍ଟ ବସଟି ଦ୍ରୁତ ଗତିରେ ଯାଇ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକର ସାମ୍ନାପଟୁ ପିଟିଦେଇଥିବା ସୂଚନା ରହିଛି । ଦୁର୍ଘଟଣାରେ ଶିକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି । ବସରେ ମୋଟ ୫୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଥିବା ବେଳେ ସମସ୍ତେ ରାଂଚି ଅଂଚଳର ବୋଲି ଜଣାପଡିଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।